Thursday, May 31, 2018

Good bye Mina

ମୀନା ହେଊଛି କୁନାର ସାନ  ଯା - ଆଉ କୁନା ନିୟତିର ମାମୁଁ ଝିଅ ଭଉଣୀ ! ରାଉରକେଲା ଆସିଲା ପରେ ନିୟତିର ବନ୍ଧୁ ବାନ୍ଧବ ମାନଙ୍କ ଭିତରୁ ପ୍ରଥମେ ନରହରି ଭାଇନା ଆମକୁ ତାଙ୍କ ଘରକୁ ଡାକି ଖାଇବାପିଇବାକୁ ଦେଇଥିଲେ ! ଆଉ ସେଥିରେ ମୁଖ୍ୟ ଭୂମିକା ଥିଲା ଆଲୋକ  ନାନୀ , ମିନା ଆଉ କୁନାର ! ପରେ  ଆଲୋକ ନାନୀ  IGH ଷ୍ଟୋରରେ କାମ  କଲେ! କୁନା  ଓ  ନରହରି ଭାଇନାଙ୍କ ପରିବାର ସହ  ଆଲୋକ ନାନୀ ତଥା ଗିରିଧାରୀ ଭାଇନା  ତଥା ବୁଢା  ପରିବାର ସହ ସମ୍ପର୍କ ବଢ଼ିଲା !ସବୁ ବେଳେ ହସୁଥାଏ ମିନା ! ତାପରେ କେତେ ନିଜର କରିନେଇଥିଲା ସେ ଆମକୁ ଓ ଆମ ପିଲା ମାନଙ୍କୁ ! 12 ଦିନ ତଳେ ବାଙ୍ଗାଲୋରରେ ଏମିତି ଟଳି ପଡିଲା ! ଡାକ୍ତରଖାନା ନେବାପରେ ଡାକ୍ତର ମୃତ ଘୋଷଣା କଲେ ! କୁଆଡେ ଗଲୁ ଆମେ ଜାଣିନୁ କିନ୍ତୁ ଠାକୁରେ ତୁମକୁ ଠିକ ଜାଗା ଦେବେ ଏତିକି ବିଶ୍ୱାସ ଅଛି !
କୋଏଲନଗର c ବ୍ଲକ ନୀଳକଣ୍ଠେଶ୍ଵର ମନ୍ଦିରରେ ଗତ କାଲି ଶ୍ରାଦ୍ଧ ଭୋଜନର photo