Saturday, January 21, 2017

Sabitri Bhauja at Saila's place being attended by Krishna Nana and Braja Nana

Monday, January 09, 2017

ଭଲ ନାନୀଙ୍କ ଏକାଦଶାହ ଉପଲକ୍ଷେ




ଭଲ ନାନୀ ୩୦ ଡିସେମ୍ବର ସକାଳୁ ୫ଟା ପାଖାପାଖି ଚାଲିଗଲେ ବୋଲି ନୃତ୍ୟ ଫୋନ କଲା। ଆମେ କେହି ଏ ଖବର ପାଇ ହତଭମ୍ବ ବା ଚକିତ ହୋଇନଥିଲୁ। ମନକୁମନ ବରଂ ଛାତିରୁ ଆଶ୍ବସ୍ତିର ଗୋଟାଏ ଦୀର୍ଘଶ୍ବାସ ବାହାରିଗଲା। ଭଲ ନାନୀଙ୍କ ଗୋଡ ଭାଙ୍ଗିଗଲା ପରେ ଗତ ୩ବର୍ଷରୁ ଉର୍ଦ୍ଧ ସମୟ ସେ ବିିଛଣାରେ ରହୁଥିଲେ। ତା ସାଙ୍ଗକୁ ଷ୍ଟ୍ରୋକ ଯୋଗୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲାପରେ ସେବାକାରୀ ଓ ସହଯୋଗୀ ମାନଙ୍କର ନିଶ୍ଚିତ ଭାବରେ ମନୋବଳରେ ଅବନତି ଘଟିଥିଲା କିନ୍ତୁ ଭଲନାନୀଙ୍କ  ସିଧାସଳଖ ସମ୍ପର୍କରେ ଆସୁଥିବା ସମସ୍ତେ ତାଙ୍କ ମାନସିକ ସ୍ଥିତି ଶେଷ ପର୍ଯ୍ୟନ୍ତ କିପରି ଶାଣିତ ଥିଲା ସେକଥା ଉପଲବ୍ଧି କରିଥିଲେ। ଜମିଦାର ଗଙ୍ଗାଧର ପ୍ରସାଦ ଓ ଲାବଣ୍ୟପ୍ରଭାଙ୍କର ପ୍ରଥମ ସନ୍ତାନ ହିସାବରେ ଜମିଦାରୀ ପ୍ରଥାର ଊଚ୍ଛେଦ ପୂର୍ବରୁ ତାଙ୍କର ବିଳାସମୟ ଲାଳନପାଳନ ଆମେ କଳ୍ପନା କରିବାବି ଧୃଷ୍ଟତା ହେବ। ସହରର ଯୁବ ଆଇନଜିବୀ ନାରାୟଣ ପଣ୍ଡାଙ୍କ ସହ ତାଙ୍କର
 ବିବାହ ତାଙ୍କୁ ବିଳାସମୟ ସ୍ଥିତିରେ ରଖିଥିଲେହେଁ କେହି କେବେବି ତାଙ୍କୁ ସେଭଳି ଜୀବନ ବିତେଇବାର ଦେଖିନି। ମୋ ନିଜସ୍ବ ମତରେ ସେ ସ୍ବତସ୍ପୃତ ଭାବେ ମାତା ଲାବଣ୍ୟପ୍ରଭାଙ୍କ ସରଳ ଓ ନିରାଡମ୍ବର କ୍ରାନ୍ତିକାରୀ ବେଶଭୂଷା ଓ ଜୀବନଶୈଳୀ ଆପଣେଇ ନେଇ ସାତଟି ଛୁଆକୁ ମଣିଷ କରିଥିଲେ।
ନାନୀ ପ୍ରାୟ ଗୋଟାଏ ଶତାବ୍ଦୀର ଇତିହାସକୁ ଖାଲି ଅଙ୍ଗନିଭା କରିନଥିଲେ ଉନ୍ନତ ଧୀଶକ୍ତି ଯୋଗୁଁ ଶେଷ ପର୍ଯ୍ୟନ୍ତ ପଚାରିଲେ ଅତି ପୁରୁଣା କଥା ଖନେଇଖନେଇ ହେଲେବି ସୁନ୍ଦର ବ୍ୟାଖ୍ୟା କରିପାରୁଥିଲେ। ତାଙ୍କର ଚତୁର୍ଥ ସନ୍ତାନ ଗାୟତ୍ରୀକି ଛାଡିଦେଲେ ଅନ୍ୟ ସମସ୍ତେ ତଥା ଗାୟତ୍ରୀ ସହ ଅନ୍ୟ ସମସ୍ତଙ୍କ ପିଲାମାନେ ତାଙ୍କର ଶେଷ ଜୀବନକୁ ଯନ୍ତ୍ରଣାମୁକ୍ତ ରଖିବାକୁ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି । ତାଙ୍କ ମରଣୋତ୍ତର ଛାୟାଚିତ୍ରରେ  ମୁଖମଣ୍ଡଳର ପରିତୃପ୍ତି ଅନସ୍ବୀକାର୍ଯ୍ୟ। ୯୨ ବର୍ଷର ଅନ୍ତ ହୋଇଛି। ୩ବର୍ଷରୁ ଉର୍ଦ୍ଧ୍ବ ବିଛଣାରେ ସମୟ ଅତିବାହିତ କରିବାର ପରିସମାପ୍ତି ଆସିଛି। କିନ୍ତୁ ଭଲନାନୀ ନାହାନ୍ତି ଏକଥା ଭାବିଲା ବେଳକୁ ମନ ନିସ୍ପୃହ ହେବାସହ ଉଦାସ ହେଉଛି। ଇତି ହେଲା ଆମ ମାନଙ୍କ ପାଇଁ ନାନୀଙ୍କ ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା।


Saturday, December 31, 2016

Lipi and Sibun about to leave

Lipi and Sibun about to leave

Lipi and Sibun with us

Lipi with Niyati and Sama

Lipi, Som, Sama and Nivin

Omm, Sama and Nivin

Som

Sama feeding Nivin with three observers